ଧାନ ଚାଷର ବ୍ୟବହାରିକ ଦିଗ Diploma In Agriculture Extension

lalitkunu 0 views 12 slides Oct 05, 2025
Slide 1
Slide 1 of 12
Slide 1
1
Slide 2
2
Slide 3
3
Slide 4
4
Slide 5
5
Slide 6
6
Slide 7
7
Slide 8
8
Slide 9
9
Slide 10
10
Slide 11
11
Slide 12
12

About This Presentation

ଧାନ ଚାଷର ବ୍ୟବହାରିକ ଦିଗ Diploma In Agriculture Extension


Slide Content

ଧାନ ଚାଷର ବ୍ୟବହାରିକ ଦିଗ ପ୍ରସ୍ତୁତ କର୍ତ୍ତା :- ଶ୍ରୀ ଅଭିମନ୍ୟୁ ଅଣ୍ଡିଆ ,B.Sc(Ag) ସହକାରୀ କୃଷି ଅଧିକାରୀ,(ରୋଗ ପୋକ ସର୍ବେକ୍ଷକ ) କୃଷି ଜିଲ୍ଲା କାର୍ଯ୍ୟ।ଳୟ,କରଞ୍ଜିଆ

ଚାଷ ପଦ୍ଧତିର ପ୍ରକାର ଭେଦ ଗୋଡା ବୁଣା ଅନ୍ଧା ବୁଣା ଧାଡି ବୁଣା ( DSR) ରୁଆ ଧାଡି ରୁଆ (LTP) ଶ୍ରୀ ପଦ୍ଧତି (SRI)

ବିହନ ଅନୁସାରେ ପ୍ରକାର ଭେଦ ଦେଶୀ ବିହନ ଧାନ ଚାଷ ଅଧିକ ଅମଳକ୍ଷମ ଧାନ ବିହନ ଚାଷ ଶଙ୍କର କିସମ ଧାନ ଚାଷ ଶଙ୍କର କିସମ ବିହନ ଧାନ ଚାଷ

ଗୋଡା ବୁଣା ଧାନ ଚାଷ ବିଶେଷ କଥା :- * ଗୋଡା ବୁଣା ପଦ୍ଧତି ଏକ ପୁରୁଣା ପାକରମ୍ପାରିକ ପଦ୍ଧତି ଆଦିମ କାଳରୁ ଜଙ୍ଗଲ ସଫା କରି କିମ୍ବା ପୋଡି ବୀନା କୌଣସି ସାର ଖତ ବ୍ୟବହାର କରି କରାଯାଉଥିଲା । ଦେଶୀ ବିହନ ଏବଂ ମାତ୍ରାଧିକ ବିହନ ବ୍ୟବହାର ହୁଏ ବେଉଷଣୀ କିମ୍ବା ଖେଳୁଆ ପକା ହୋଇ ନ ଥାଏ , ଶୁଖିଲା ପାଗରେ ବୁଣା ଯାଏ ,ବର୍ଷା ହେବାର ପର ଦିନ ମେଣ୍ଢ ଦେଇ ଘାସ ଦମନ ପାଇଁ ପ୍ରୟାସ କରାଯାଏ , ଯେତେକ ଖର୍ଚ ହୋଇଥାଏ ତା ଠାରୁ କମ ଆଦାୟ ହୁଏ

ଆବଶ୍ୟକ ପଦକ୍ଷେପ ଗୋଡା ଜମିରେ ଧାନ ନ ବୁଣି ଅଣ ଧାନ ଯଥା :- ବୋଇତି କଖାରୁ,ଅନ୍ଯାନ୍ଯ ପନିପରିବା,ନାଲି ଖସା, ମକା,ହରଡ,ମୁଗ,ବିରି,ଚିନାବାଦାମ,ଇତ୍ୟାଦି ପାଇଁ ପ୍ରୋତ୍ସାହନ ,

ନିହାତି ଧାନ କରୁଥିଲେ ନିମ୍ନ ପଦ୍ଧତି ଆପଣେଇଲେ ଅଧିକ ଲାଭ ହେବ :- 1.ଦେଶୀ ପାରମ୍ପାରିକ ବିହନ ପରିବର୍ତ୍ତେ ଶଙ୍କର କିସମ ସ୍ୱଳ୍ପ ଦିନିଆ କିସମ ବ୍ୟବହାର, 2.ଧାଡି ବୁଣା ମେସିନ ସାହାଯ୍ୟରେ ଧାଡି ବୁଣା କରିବେ, 3. ବୁଣା ସମୟରେ ଅନୁମୋଦିତ ଖତ ସାର ପ୍ରୟୋଗ କରିବେ, 4.ଘାସମରା( herbicide) ବ୍ୟବହାର କରିବେ, 5.ଆବଶ୍ୟକ ସ୍ଥଳେ ଗଛ ପତଳା କରିବେ ଏବଂ ଘାସ ବଛା ଯନ୍ତ୍ର ବ୍ୟବହାର କରିବେ ,

ଅନ୍ଧା ବୁଣା ଏହା ମଧ୍ୟମ କିସମ ଜମି କିମ୍ବା ଅଧିକ ପାଣି ଜମି ରହୁଥିବା ଖାଲ ଜମିରେ ଧାନ ବୁଣା , ଏଇ ପଦ୍ଦତିରେ ମୁଖ୍ୟତଃ ଦେଶୀ ବିହନ ଏବଂ ବିହନ ମାତ୍ରା ଅଧିକ , ବେଉଷଣୀ ଓ ଖେଳୁଆ ପକା ହୋଇଥାଏ , ବୁଣା ବେଳେ କୌଣସି ସାର ବ୍ଯବହାର ହୋଇ ନଥାଏ, ଜମିରେ ଗଛ ସଂଖ୍ୟା ବହୁ ପରିମାଣରେ କମ ଥାଏ, ଏଇ ବୁଣାରେ ଅମଳ ଯଥେଷ୍ଟ କମ ହୁଏ ,

ନିହାତି ଧାନ ବୁଣା କରୁଥିଲେ ନିମ୍ନ ପଦ୍ଧତି ଆପଣେଇଲେ ଅଧିକ ଲାଭ ହେବ :- ଦେଶୀ ଧାନ ଛାଡି ଅଧିକ ଅମଳ କ୍ଷମ କିମ୍ବା ଶଙ୍କର କିସମ ବ୍ୟବହାର କରନ୍ତୁ, ମେସିନ ଦ୍ଵାରା ଧାଡିରେ ବୁଣନ୍ତୁ, ଅନୁମୋଦିତ ଖତସାର ଦିଅନ୍ତୁ , ବେଉଷଣୀ ଖେଳୁଆ ପକା କରନ୍ତୁ ନାହିଁ , ଘାସ ମରା ଏବଂ ଉଇଡ଼ର ବ୍ୟବହାର କରନ୍ତୁ ,

ଧାଡି ବୁଣା ଦେଶୀ ଲଙ୍ଗଳରେ ଏହା ଫଳପ୍ରଦ ନୁହେଁ, କେବଳ ବୁଣା ମେସିନ ଦ୍ଵାରା କରନ୍ତୁ , ବୁଣା ସମୟରେ ମେସିନରେ ମଞ୍ଜି ସହ ରସାୟନିକ ସାର ହିସାବ ମୁତାବକ ପଡି ପାରିବ , ମଞ୍ଜି ସଠିକ ଗଭୀରତାରେ ପଡୁ ଥିବାରୁ ପ୍ରାୟତଃ ସବୁ ମଞ୍ଜିରୁ ଗଛ ବାହାରିଥାଏ, ଏଣୁ କମ ବିହନର ଆବଶ୍ୟକତା ହୋଇଥାଏ ,ଜମିରେ ଗଛ ସଂଖ୍ୟା ବି ଠିକ ରହି ଥାଏ , ଘାସ ମରା ପରେ ବି କିଛି ଘାସ ଥିଲେ ଉଇଡ଼ର ମାରି ଘାସ ଦମନ କରାଯାଇ ପାରେ ,

ଧାଡି ବୁଣା ... ହିସାବ କରି ଦେଖାଯାଇଛି କି ସାଧାରଣ ଅନ୍ଧ ବୁଣା ଅପେକ୍ଷା ଏଇ ପଦ୍ଧତ୍ତିରେ ଖର୍ଚ ଅପେକ୍ଷାକୃତ କମ ହୋଇ ଥାଏ ଏବଂ ଅମଳ ଯଥେଷ୍ଟ ଅଧିକ ହୋଇଥାଏ ,ବରଂ ରୁଆ ତୁଳନାରେ ଲାଭ ଅଧିକ ହୋଇଥାଏ , ମରୁଡି ପରିସ୍ଥିତିରେ ମଧ୍ୟ ଏଇ ପଦ୍ଧତିରେ ଧାନ ଗଛ ବିଶେଷ କ୍ଷତି ଗ୍ରସ୍ତ ହୋଇ ନ ଥାଏ ;

ରୁଆ ରୁଆରେ କରୁଥିବା ଭୁଲ ପଦ୍ଧତି:- 1.କମ ତଳିଘେରାରେ ଅଧିକ ବିହନ ପକେଇ ଦୁର୍ବଳ ତଳି ପ୍ରସ୍ତୁତ କରୁଛୁ, 2.ତଳିଘେରାରେ ଖତ ସାର ପ୍ରୟୋଗ ହୋଇ ନ ଥାଏ , 3.ତଳି ଲଗେଇବା ପାଇଁ ଅତି କମରେ 30 ଦିନ ପରେ ଚିନ୍ତା କରିଥାଉଁ, 4.ପ୍ରାୟତଃ ଖରାଟିଆ ହଲ ହୋଇ ନ ଥାଏ ଏବଂ ବର୍ଷା ହେଲେ କାଦୁଅ ତରତର କରି ଥାଉ ,ଖତ ଭଲ ଭାବରେ ବିଲରେ ବୁଣା ହୋଇନ ଥାଏ କି ସାର ଆଗରୁ କିଣି ରଖି ନ ଥାଉ ,ଏଣୁ କାଦୁଅ ସମୟରେ ଖତ ସାର ପକାଇବାର ଗୁରୁତ୍ଵ ନ ଥାଏ ।

ରୁଆରେ କରୁଥିବା ଭୁଲ ପଦ୍ଧତି... 5.ବହୁ ସମୟରେ ମିଶ୍ରିତ ସାର କାଦୁଅରେ ପ୍ରୟୋଗ ନ ହୋଇ କାଦୁଅ ଉପରେ ପ୍ରୟୋଗ ହେଉଛି, 6.ଧାଡିରେ ରୁଆ ନ କରି ବହୁ ମାତ୍ରାରେ ବୁଦା ସଂଖ୍ୟା ବର୍ଗ ମିଟର ପ୍ରତି ରଖା ଯାଉଛି, 7.ତଳି ସଂଖ୍ୟା ବୁଡା ପ୍ରତି ଅଧିକ ରକ୍ଷା ଯାଉଛି, 8.ତଳି ସିଧା ନ ପୋତି ବଙ୍କା ଓ ଗଭୀର ପୋତୁଛନ୍ତି, 9.ସାର ପ୍ରୟୋଗର ସମୟ ଏବଂ ମାତ୍ରା ଠିକ ରଖା ଯାଉ ନାହି, 10.ଧାନ ଆବଶ୍ୟକ କରୁଥିବା ଅଣୂସାର ପ୍ରୟୋଗର ଗୁରୁତ୍ଵ ନାହିଁ ।