PPT for HM Orientation_School level celebration_5th January.pptx

mangleswarnayak 7 views 14 slides Sep 12, 2025
Slide 1
Slide 1 of 14
Slide 1
1
Slide 2
2
Slide 3
3
Slide 4
4
Slide 5
5
Slide 6
6
Slide 7
7
Slide 8
8
Slide 9
9
Slide 10
10
Slide 11
11
Slide 12
12
Slide 13
13
Slide 14
14

About This Presentation

KGHS


Slide Content

ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟସ୍ତରରେ ସୃଜନଶୀଳତାର ଉତ୍ସବ

ପରିଚୟ ହାଇସ୍କୁଲ ରୂପାନ୍ତରୀକରଣ ଅଧୀନରେ ଥିବା ସମସ୍ତ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ଏବଂ ସୃଜନଶୀଳତାକୁ ଉତ୍ସାହିତ କରିବା ପାଇଁ ୧୪ରୁ ୨୦ ଜାନୁଆରୀ ୨୦୨୪ ତାରିଖ ମଧ୍ୟରେ ଏକ ଦିନିକିଆ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିସହ ବିଦ୍ୟାଳୟ ରୂପାନ୍ତରୀକରଣର ସଫଳତା ଦେଖିବାକୁ ଅଭିଭାବକ ଏବଂ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ। ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ୨୦୨୨-୨୩ ଶିକ୍ଷାବର୍ଷରେ ଆରମ୍ଭ ହୋଇଥିବା ଆକାଂକ୍ଷୀ ପାଠ୍ୟକ୍ରମ ଏବଂ ଏହାର ଉପାଦାନଗୁଡ଼ିକ ମାଧ୍ୟମରେ ସେମାନଙ୍କ ଅଭିଜ୍ଞତା ଉପସ୍ଥାପନ କରିବେ। ଏକ ଉତ୍ସାହଜନକ ତଥା ଆକର୍ଷଣୀୟ ପ୍ରଦର୍ଶନୀ ମାଧ୍ୟମରେ ଏହି ଉତ୍ସବ ଛାତ୍ରଛାତ୍ରୀମାନଙ୍କ ବିବିଧ ପ୍ରତିଭା ଏବଂ ସୃଜନଶୀଳତାକୁ ପରିଦର୍ଶକଙ୍କ ଆଗରେ ପ୍ରଦର୍ଶନ କରିବ। ଭାଷା ଏବଂ ସାହିତ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନବମ ଓ ଦଶମ ଶ୍ରେଣୀର ପ୍ରତ୍ୟେକ ଛାତ୍ରଛାତ୍ରୀ ସାହିତ୍ୟ ସୃଜନୀ ଅଧୀନରେ ନିଜସ୍ୱ ପୁସ୍ତକ ପ୍ରସ୍ତୁତ କରିବେ। ଏତଦ୍ ବ୍ୟତୀତ ଅନ୍ୟ ତିନିଟି କ୍ଲବର ବିଭିନ୍ନ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ। ଏଥିରେ ବିଦ୍ୟାଳୟ ପରିସର, ଶ୍ରେଣୀଗୃହ ଏବଂ ଅଡିଟୋରିୟମ୍ ପ୍ରମୁଖ ପ୍ରଦର୍ଶନୀ କ୍ଷେତ୍ର ଭାବରେ ବ୍ୟବହାର କରାଯିବ।

ଉଦ୍ଦେଶ୍ୟ

ସାହିତ୍ୟ ସୃଜନୀ କାର୍ଯ୍ୟକଳାପ ସ୍ଥାନ ୧. ଛାତ୍ରଛାତ୍ରୀ ଚୟନ କରିଥିବା ବହି ସହ ସେହି ବହିର ସମୀକ୍ଷାର ପ୍ରଦର୍ଶନ ବିଦ୍ୟାଳୟରେ ଥିବା ଅଡିଟୋରିଅମ / ବଡ ଶ୍ରେଣୀଗୃହ ୨. ଅଧିବେଶନ ୨୩, ୨୪, ଓ ୨୫ ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ନିଜ ହାତ ଲେଖା ବହିର ପ୍ରଦର୍ଶନ (ବହି ମେଳା) ୩. ଛାତ୍ରଛାତ୍ରୀମାନେ ବିଭିନ୍ନ ସମୟରେ ପ୍ରସ୍ତୁତ କରିଥିବା ପ୍ରାଚୀର ପତ୍ରିକା ପ୍ରଦର୍ଶନ ୪. ଗଳ୍ପ ପଠନ/ କବିତା ଆବୃତ୍ତି ଶ୍ରେଣୀଗୃହ

ପୂର୍ବ ପ୍ରସ୍ତୁତି : ୧. ଛାତ୍ରଛାତ୍ରୀମାନେ ଚୟନ କରିଥିବା ବହି ସହ ସେହି ବହିର ସମୀକ୍ଷାର ପ୍ରଦର୍ଶନ ସାହିତ୍ୟ ସୃଜନୀର ମେଣ୍ଟର ଏବଂ କୋ-ମେଣ୍ଟର ମିଶି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଦ୍ୱାରା ସେମାନେ ଚୟନ କରିଥିବା ବହିର ସମୀକ୍ଷା ସମାପ୍ତ କରିଥିବେ I     ୨. ଅଧିବେଶନ ୨୩ , ୨୪ , ଓ ୨୫ ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ନିଜ ହାତ ଲେଖା ବହିର ପ୍ରଦର୍ଶନ ( ବହି ମେଳା ) ଛାତ୍ରଛାତ୍ରୀମାନେ ବିଭିନ୍ନ ଅଧିବେଶନରେ କରିଥିବା କାର୍ଯ୍ୟ ଗୁଡିକର ସଂକଳନ କରିବେ I ଅଧିବେଶନ ୨୩ , ୨୪ ଓ ୨୫ ଆଧାରରେ ପ୍ରତ୍ୟେକ ଛାତ୍ରଛାତ୍ରୀ ସେମାନଙ୍କର କାର୍ଯ୍ୟଗୁଡିକୁ ସଂକଳିତ କରି ଏହାକୁ ଏକ ହାତଲେଖା ବହିର ରୂପ ଦେଇଥିବେ I      

ବହିର ଶୀର୍ଷକ "ମୋ କଥା ମୋ କାହାଣୀ" ରଖାଯିବ I ପରବର୍ତ୍ତୀ ପୃଷ୍ଠାଗୁଡ଼ିକ ନିମ୍ନଲିଖିତ ଢାଞ୍ଚା ଅନୁଯାୟୀ ହୋଇଥିବା ଦରକାର : କ) ବହି ବିଷୟରେ ପଦେ ଖ) ସୂଚୀପତ୍ର ଗ) ମୁଖ୍ୟ କଥା ବସ୍ତୁ ଘ) ଯଦି କଥାବସ୍ତୁ ଅତ୍ୟଧିକ ଥିବ ତେବେ ଅଧ୍ୟାୟ (ପ୍ରଥମ, ଦ୍ୱିତୀୟ, ତୃତୀୟ...)କରି ଲେଖିବେ ଉକ୍ତ ବହି ଗୁଡିକରେ ସ୍ଥାନିତ ଗଳ୍ପ , କବିତା , ଚିତ୍ର ଇତ୍ୟାଦି ଛାତ୍ରଛାତ୍ରୀଙ୍କର ନିଜସ୍ୱ ହୋଇଥିବା ଉଚିତ୍ I       ୩ . ଛାତ୍ରଛାତ୍ରୀମାନେ ବିଭିନ୍ନ ସମୟରେ ପ୍ରସ୍ତୁତ କରିଥିବା ପ୍ରାଚୀର ପତ୍ରିକା ପ୍ରଦର୍ଶନ ପୂର୍ବରୁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିଥିବା ପ୍ରାଚୀର ପତ୍ରିକାର ବିଭିନ୍ନ ସାମଗ୍ରୀ ( ଯାହା କି ଓଡ଼ିଆ ପ୍ରସିଦ୍ଧ ବହିଗୁଡିକ ଉପରେ ଆଧାରିତ ) ଅଡିଟୋରିଅମ / ବଡ ଶ୍ରେଣୀଗୃହରେ ପ୍ରଦର୍ଶିତ କରାଯିବ I ଏଥିପାଇଁ ମେଣ୍ଟର , କୋ-ମେଣ୍ଟର ଓ ପ୍ରଧାନ ଶିକ୍ଷକ ଉପଯୁକ୍ତ ବ୍ୟବସ୍ଥା କରିବେ I ୪. ଗଳ୍ପ ପଠନ/ କବିତା ଆବୃତ୍ତି ଏହା ସାହିତ୍ୟ ସୃଜନୀର ଅଧିବେଶନ ପୁସ୍ତିକାର ୧୭ , ୧୮ , ୧୯ ଓ ୨୦ ଅଧିବେଶନ ଗୁଡିକ ଆଧାରରେ ୧୫-୨୦ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହେବ I      

ନିମ୍ନୋକ୍ତ ଓଡ଼ିଆ ବହି ଗଳ୍ପ ପଠନ ପାଇଁ ବ୍ୟବହାର କରାଯିବ : ଛ ମାଣ ଆଠ ଗୁଣ୍ଠ ରେବତୀ ପରଜା ପ୍ରାପ୍ତି ଅମୃତ ଫଳ ଜନ୍ମଭୂମି ଦରବାର ଯାଜ୍ଞସେନୀ କବିତା ଆବୃତ୍ତି ପାଇଁ ନିମ୍ନଲିଖିତ ବହିର ବ୍ୟବହାର କରାଯିବ : କବିତା କଲ୍ଲୋଳ ଚିଲିକା ମାଟିର ମଣିଷ ଚିଲିକା ତୀରେ ଚନ୍ଦ୍ରଭାଗା ବାଜି ରାଉତ ଲାବଣ୍ୟବତୀ ଝରା ଶେଫାଳି

କୌଶଳୀ ଏହା ଅଧୀନରେ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିଥିବା ସ୍କ୍ରାଚ (scratch) ପ୍ରକଳ୍ପଗୁଡିକୁ ଶ୍ରେଣୀଗୃହରେ ପ୍ରଦର୍ଶନ କରାଯିବ I ଛାତ୍ରଛାତ୍ରୀମାନେ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ପ୍ରକଳ୍ପ ପ୍ରଦର୍ଶନ କରିପାରିବେ : • ନିଜ ବିଦ୍ୟାଳୟ , ଏହାର ବିଭିନ୍ନ ଅଂଶ , ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମର ଝଲକ • ଶିକ୍ଷାବର୍ଷର ପ୍ରମୁଖ ଘଟଣାଗୁଡ଼ିକୁ ପ୍ରଦର୍ଶନ କରୁଥିବା ଏକ ପ୍ରକଳ୍ପ • ସ୍ଥାନୀୟ ସଂସ୍କୃତି , ଖାଦ୍ୟ ଅଭ୍ୟାସ , ଲୋକ ନୃତ୍ୟ ଇତ୍ୟାଦି ଉପରେ ଆନିମେସନ୍ ମାଧ୍ୟମରେ ଏକ କାହାଣୀ ପୂର୍ବ ପ୍ରସ୍ତୁତି : • ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ମେଣ୍ଟର ସୁନିଶ୍ଚିତ କରିବେ ଯେ ଛାତ୍ରଛାତ୍ରୀମାନେ ଉପରୋକ୍ତ ପ୍ରକଳ୍ପ ପ୍ରସ୍ତୁତ କରିଥିବେ I • ମେଣ୍ଟର ୫-୬ ଛାତ୍ରଛାତ୍ରୀଙ୍କୁ ଚୟନ କରିବେ ଯେଉଁମାନେ ଏହି ପ୍ରକଳ୍ପ ପ୍ରଦର୍ଶନୀ ରେ ଭାଗ ନେବେ I

ଜିଜ୍ଞାସା ଏହା ଅଧୀନରେ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିଥିବା ନିମ୍ନଲିଖିତ ବିଜ୍ଞାନ ମଡେଲ ତଥା ପ୍ରକଳ୍ପ ପ୍ରଦର୍ଶନ (ଶ୍ରେଣୀଗୃହରେ)କରାଯିବ I ୧. ଜୈବ ବିବିଧତା: କ) ବରଗଛ ଏକ ପରିସଂସ୍ଥା (ଅଧିବେଶନ ୬) ଖ) ମାଛର ଗଠନ ଏବଂ ଗୁରୁତ୍ୱ (ଅଧିବେଶନ ୪) ୨ . ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ କ) ବର୍ଜ୍ୟବସ୍ତୁ ପରିଚାଳନା (ଅଧିବେଶନ ୮) ଖ) ପୁନଃ ଚକ୍ରଣ , ପୁନଃ ବ୍ୟବହାର , ସମ୍ବରଣ (3R’s) (ଅଧିବେଶନ ୧୦) ୩ . ସ୍ଥାନୀୟ ସଂସ୍କୃତି ଏବଂ ଇତିହାସ (ଅଧିବେଶନ ୧୮) ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଆଞ୍ଚଳିକ / ସ୍ଥାନୀୟ ଭାଷାକୁ ପ୍ରୋତ୍ସାହିତ କରୁଥିବା ପ୍ରକଳ୍ପ ପ୍ରସ୍ତୁତ କରିବାକୁ ଉତ୍ସାହିତ କରାଯାଉ | ୪ . ଭୌତିକ ବିଜ୍ଞାନ: କ) ମୃତ୍ତିକାର ପ୍ରକାର ଭେଦ (ଅଧିବେଶନ ୫) ପୂର୍ବ ପ୍ରସ୍ତୁତି : • ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ମେଣ୍ଟର ସୁନିଶ୍ଚିତ କରିବେ ଯେ ଛାତ୍ରଛାତ୍ରୀମାନେ ଉପରୋକ୍ତ ପ୍ରକଳ୍ପ ପ୍ରସ୍ତୁତ କରିଥିବେ I • ମେଣ୍ଟର ୫-୬ ଛାତ୍ରଛାତ୍ରୀଙ୍କୁ ଚୟନ କରିବେ ଯେଉଁମାନେ ଏହି ପ୍ରକଳ୍ପ ପ୍ରଦର୍ଶନୀ ରେ ଭାଗ ନେବେ I • ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଆଞ୍ଚଳିକ ଭାଷାରେ ଉପସ୍ଥାପନା କରିବାକୁ ଉତ୍ସାହିତ କରାଯିବ I

କ୍ରୀଡାଙ୍ଗନ ଏହା ଅଧୀନରେ ଛାତ୍ରଛାତ୍ରୀମାନେ ନିମ୍ନଲିଖିତ କାର୍ଯ୍ୟକଳାପ କରିବେ : ୧. କାର୍ଯ୍ୟଫର୍ଦ୍ଦ ପ୍ରଦର୍ଶନୀ: ଏକ ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କ କାର୍ଯ୍ୟଫର୍ଦ୍ଦ ପ୍ରଦର୍ଶିତ କରାଯିବ ୨ . ଛାତ୍ରଛାତ୍ରୀମାନେ ଜୀବନ କୌଶଳ ଶିକ୍ଷାରୁ ନିଜର ଅନୁଭୂତି ସମ୍ପର୍କରେ ଏକ ମିନଟ ପାଇଁ କହିବେ ପୂର୍ବ ପ୍ରସ୍ତୁତି : • ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ମେଣ୍ଟର ୫-୬ ଛାତ୍ରଛାତ୍ରୀଙ୍କୁ ଚୟନ କରିବେ ଯେଉଁମାନେ ନିଜର ଅନୁଭୂତି ସମ୍ପର୍କରେ କହିବେ I • ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଆଞ୍ଚଳିକ ଭାଷାରେ ଉପସ୍ଥାପନା କରିବାକୁ ଉତ୍ସାହିତ କରାଯିବ I • କାର୍ଯ୍ୟଫର୍ଦ୍ଦ ପ୍ରଦର୍ଶନୀ ପାଇଁ ମେଣ୍ଟର ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରି ଏକ ସ୍ଥାନ ନିର୍ଦ୍ଧିଷ୍ଟ କରିବେ I

CATEGORY A (Secondary Enrolment 1-200) Sl.No Particulars Amount 1. Club specific workshop materials and stationery 2000 2. Project exhibition by students 2000 3. Mementoes and Prizes for students (Inter-House Competitions and Best House of the Year) 2000 4. Mementoes for Guests 1000 5. Food arrangement 4000 6. Banner and documentation 1000   Total 12,000

CATEGORY B (Secondary Enrolment 201-400) Sl.No Particulars Amount 1. Club specific workshop materials and stationery 2000 2. Project exhibition by students 3000 3. Mementoes and Prizes for students (Inter-House Competitions and Best House of the Year) 2000 4. Mementoes for Guests 1000 5. Food arrangement 6000 6. Banner and documentation 1000   Total 15,000

CATEGORY C (Secondary Enrolment More than 400) Sl.No Particulars Amount 1. Club specific workshop materials and stationery 2000 2. Project exhibition by students 3000 3. Mementoes and Prizes for students (Inter-House Competitions and Best House of the Year) 3000 4. Mementoes for Guests 2000 5. Food arrangement 7000 6. Banner and documentation 1000   Total 18,000

ଧନ୍ୟବାଦ
Tags